ଢଗ ଢମାଳି
୧ . କି ହୋଇଲା କା ହୋଇଲା, କା ପାଇଁ ଧୋଇଲି କିଏ ଖାଇଲା, ଦଇବ କଲା କୁଜି , ବାଲୁ, ବଳୁଆ ପ୍ରଧାନ ହେଲା |(କାହା ପାଇଁ ରଖିଲି , କିଏ ନେଲା , ଯିଏ କିଛି ନୁହେ ସେ ମୁଖ୍ୟ ହେଲା |)
୨. କିଏ ରାଗି ରାଗି କରି ରକେଟ , କିଏ ଶୁନ୍ୟ ମାରିଲା ଚକଟା
(ଜଣେ ଚେଷ୍ଟା କରି ଫାଇଦା ନାହିଁ |
୩. ଚେଇଁ ଶୋଇଥିବା ଯିଏ , ତାକୁ ଉଠାଇବା କିଏ |
(ସବୁ ଜାଣିଶୁଣି କୌଣସି କାର୍ଯ୍ୟ ନ କରିବା ର ଛଳନା )
୪. ଉପରେ ପଡି କଖାରୁ ବାଡ଼ି |
(କେହି ଗୁରୁତ୍ୱ ନ ନେଇ ମଧ୍ୟ ପ୍ରାଧାନ୍ୟ ଦେଖେଇ ହେବ |)
୫. ମନ ଦେଇଥାଏ ଏଣେ ତେଣିକି , ହାତ ପତେଇଥାଏ ଗୁଣିଆଣିକି |
(ଗୁରୁତ୍ୱପୁର୍ଣ ବିଷୟ କୁ ଧ୍ୟାନ ନ ଦେଇ ଅନାବଶ୍ୟକ କୁ ଧ୍ୟାନ ଦେବା)
୬. ସଞ୍ଜ ଫିଟି ସକାଳେ ଯା , ଜହ୍ନି ଫିଲ ର ଆୟୁଷ ପା |
(ଅଳ୍ପୟୁସ ହେବାର ଆର୍ଶୀବାଦ ପଛରେ ଲୁକାୟିତ ବ୍ୟଙ୍ଗ)
୭. ଦେବୀ ଗଡି ଗଡି ଯାଉଛି , କୁଣ୍ଡା ପଥର ଜୁହାର ଖାଉଛି |
(ଅନେକ ସମୟ ରେ ଗୁରୁତ୍ୱ ଲୋକମାନଙ୍କୁ କୁ ନ ମାନି ଅଦରକାରୀ ଲୋକକୁ ମାନିଥାନ୍ତି )
୮. ତୁମେ ମଲେ ପଛେ ପରେ ମର , ମର ନାକ କୁ ଗୋଟେ ଗୁଣ କର |
(ସ୍ୱାମୀଙ୍କ ଆର୍ଥିକ ଅବସ୍ଥା ପାଟି ଗୁରୁତ୍ୱ ନ ଦେଇ ସ୍ତ୍ରୀ ର ସୁନା କରିବା)

ଚ ରେ ଚରି ବ ରେ ବାଡି । ଉତ୍ତର କଣ ହବ ଦୟାକରି କୁହନ୍ତୁ ମତେ ନିହାତି ଦରକାର
ReplyDelete